ସାଉଦି ଆରବରେ ଥିବା ବିଦ୍ୟାଳୟଗୁଡ଼ିକ ସାମାଜିକ ବିଜ୍ଞାନ ପାଠ୍ୟକ୍ରମର ଏକ ଅଂଶ ଭାବରେ ମହାଭାରତ, ରାମାୟଣ ଏବଂ ବୁଦ୍ଧ ଦେବ ସମେତ ଭାରତୀୟ ଶାସ୍ତ୍ର ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦେଉଛନ୍ତି।
ଭାରତ ସରକାର ଆମର ପବିତ୍ର ପୁସ୍ତକ ଭାଗବତ ଗୀତାକୁ କେବେ ପ୍ରାଥମିକତା ଦେବେ
ସାଉଦି ଆରବର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ‘ରାମାୟଣ’ ଓ ‘ମହାଭାରତ’ ସାମିଲ କରାଯାଇଛି। ବିଭିନ୍ନ ସଂସ୍କୃତି ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ଜ୍ଞାନ ଦେବା ଲାଗି ଅନ୍ୟ ଦେଶର ଇତିହାସ ଓ ସଂସ୍କୃତି ପଢ଼ା ଯିବ ବୋଲି ସାଉଦି ଆରବର ଯୁବରାଜ ମହମଦ୍ ବିନ୍ ସଲ୍ମନ୍ଙ୍କ ପରିକଳ୍ପିତ ‘ଭିଜନ୍୨୦୩୦’ର ଏହା ହେଉଛି ଅଂଶବିଶେଷ।
ଯୋଗ ଓ ଆୟୁର୍ବେଦ ଉପରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ। ଏହା ବ୍ୟତିରେକେ, ଶିକ୍ଷା ନିମନ୍ତେ ପରିକଳ୍ପିତ ‘ଭିଜନ୍ ୨୦୩୦’ରେ ଇଂରାଜୀ ଶିକ୍ଷା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଉପୁଜିଥିବା ସମସ୍ତ ବିଭ୍ରାନ୍ତିକୁ ସ୍ପଷ୍ଟ କରିବାକୁ ଯାଇ ନୌଫ୍-ଅଲ୍-ମାର୍ଓ୍ଵାଇ ନାମକ ଜଣେ ଟ୍ଵିଟର୍ ବ୍ୟବହାରକାରୀଙ୍କ ‘ସ୍କ୍ରିନ୍ ସଟ୍’ ସେୟାର୍ କରିଛି ‘ସାଉଦି ୟୁଜର୍ସ ଭିଜନ୍’।
ସେ ଲେଖିଛନ୍ତି, ସାଉଦି ଆରବର ‘ନୂଆ ପରିକଳ୍ପନା-୨୦୩୦’ ଏବଂ ପାଠ୍ୟକ୍ରମ ସାମଗ୍ରିକ, ଉଦାର ଓ ସହନଶୀଳ ଭବିଷ୍ୟତ ଗଠନ କରିବ। ସେ ମଧ୍ୟ ତାଙ୍କ ପୁଅ ପାଠ୍ୟକ୍ରମର ସ୍କ୍ରିନ୍ସଟ୍ ସେୟାର୍ କରିଛନ୍ତି। ସେଥିରେ ନାନାବିଧ ସଂସ୍କୃତି ସାମିଲ ହୋଇଛି।

Comments
Post a Comment